୧୨ ଦିନର ଲୀଳାଖେଳ ଶେଷ: ନୀଳାଦ୍ରି ବିଜେ କରୁଛନ୍ତି ନୀଳାଦ୍ରିନାଥ

ପୁରୀ: ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ଘୋଷଯାତ୍ରା ଶେଷ ହୋଇଛି। ଶ୍ରୀଗୁଣ୍ଡିଚାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ଯାତ୍ରା ୧୨ ଦିନରେ ଶେଷ ହେଲା ପରେ ନୀଳାଦ୍ରିନାଥ ଶୁକ୍ରବାର ନୀଳାଦ୍ରି ବିଜେ କରୁଛନ୍ତି। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ରଥ ଉପରୁ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରୁଛନ୍ତି। ରଥ ଉପରୁ ପ୍ରଥମେ ମଦନମୋହନ ରାମ-କୃଷ୍ଣଙ୍କୁ ଅଣାଯାଇ ଶ୍ରୀମନ୍ଦିରରେ ବିଜେ କରାଯାଇଥିଲା। ମଦନମୋହନଙ୍କ ପରେ ଚକ୍ରରାଜ ସୁଦର୍ଶନଙ୍କୁ ବିରାଜମାନ କରାଯାଇଥିଲା। ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିଛନ୍ତି। ଦେବୀ ସୁଭଦ୍ରାଙ୍କ ପହଣ୍ଡି ଜାରି ଥିବା ବେଳେ କାଳିଆ ଠାକୁରଙ୍କ ପହଣ୍ଡି କିଛି ସମୟ ପରେ ଆରମ୍ଭ ହୋଇଯିବ।

Leave a Reply

Your email address will not be published. Required fields are marked *