ପଞ୍ଜିମ୍: ଗୋଆର ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୧୦୨ ନଟିକାଲ ମାଇଲ ଦୂରରେ ଯାଉଥିବା ଏକ କଣ୍ଟେନର ମାଲବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଭାରତୀୟ ତଟରକ୍ଷୀ ବାହିନୀର ଏକ ଡୋର୍ନିଆର ବିମାନ ଓ ୨ଟି ଜାହାଜ- ସୁଜିତ ଓ ସମ୍ରାଟ୍ ସମୁଦ୍ରରେ ଲାଗିଥିବା ଏହି ନିଆଁ ଲିଭାଇବା ପାଇଁ ଗୋଆରୁ ଯାତ୍ରାରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କୋଷ୍ଟଗାର୍ଡ ଜାହାଜଦ୍ବୟ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଘଟଣାରେ କୌଣସି ଜୀବନହାନୀ ହେବା ସଂପର୍କରେ ସୂଚନା ମିଳିପାରିନାହିଁ ।