ମୁମ୍ବାଇ: ବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ଚାଲିଛି | ଏହାରି ଭିତରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଦଳଗୁଡିକ ପରସ୍ପର ସପକ୍ଷରେ ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ଆଲୋଚନା କରିଥିଲେ | ଏନସିପି ଏବଂ ଶିବସେନା ମଧ୍ୟରେ ବିଭାଜନ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ଅଶ୍ୱିନୀ ବୈଷ୍ଣବ ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିବା ପାଇଁ ମୁମ୍ବାଇରେ ଦଳର ରାଜ୍ୟ ୟୁନିଟ୍ ନେତାଙ୍କ ସହ ଆଲୋଚନା କରିଥିଲେ। ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ରାଜ୍ୟ ୟୁନିଟ୍ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେଙ୍କ ସମେତ ବିଜେପିର ରାଜ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସୂତ୍ରରୁ ପ୍ରକାଶ ଯେ ରାଜ୍ୟରେ ୧୫୦ଟି ଆସନରେ ନିର୍ବାଚନ ଲଢ଼ିବାକୁ ବିଜେପି ଯୋଜନା କରୁଛି।
ବିଧାନସଭା ନିର୍ବାଚନରେ ଏତିକି ଆସନରେ ଲଢ଼ିପାରନ୍ତି ମହାଯୁତିର ଦଳ
